ୟୁନିଟ ୩ ସରକାରୀ କ୍ୱାର୍ଟର୍ସ ରୁ ଚୋରି

ଭୁବନେଶ୍ୱର : ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରୁ ଚୋରି । ଘରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ମୁଖ୍ୟ ଦ୍ୱାର ଭାଙ୍ଗି କ୍ୱାର୍ଟର୍ସରେ ପ୍ରବେଶ କରି ଘରେ ଲୁଟପାଟ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟ ସିସିଟିଭିରେ କଏଦ ହୋଇଥିଲା। ଯେଉଁଥିରେ ତିନି ଜଣ ବ୍ୟକ୍ତି ଘରେ ପ୍ରବେଶ କରିବା ସହ ଲୁଟ କରୁଥିବାର ଦେଖାଯାଇଥିଲା। ଅଭିଯୋଗ ପରେ ଖାରବେଳ ନଗର ଥାନାର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।

Govt

Comments are closed.