ସୋର : ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ରାସ୍ତା କଡ଼କୁ ଓଲଟି ପଡି ୭ ଛାତ୍ରଛାତ୍ରୀ ଆହତ । ଜଣେ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳର ପଦୁନା ଛକ ନିକଟରେ । ଖଇରା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ବାଲେଶ୍ଵର ଜିଲ୍ଲାର ଆଗରପଡା କୁପାରୀ ରାସ୍ତାର ଦୁର୍ଘଟଣା ଘଟିଥିଲା । ଯାହା ଫଳରେ କି ଅଟୋ ତଳେ ଚାପିହୋଇ ୭ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ଅଣାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଟୋଟି ପିଲାଙ୍କୁ ନେଇ ଟିଉସନ ଆସୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

Comments are closed.