ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ….. ରାଣୀ ଲକ୍ଷ୍ମୀବାଈ

ରାଣୀ ଲକ୍ଷ୍ମୀବାଈ ଭାରତ ଇତିହାସରେ ଏକ ପରିଚିତ ନାଁ । ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ସଂଗ୍ରାମୀଭାବେ ସେ ପରିଚିତ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପିଲାଦିନୁ ସେ ଖଡ୍‌ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ । ଲକ୍ଷ୍ମୀବାଈଙ୍କ ଜନ୍ମ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା । ମନୁ, ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତା ମୃତ୍ୟୁବରଣ କରିଥିଲେ । ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନଥିଲେ, ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ଏହାର ବିରୋଧ କରିଥିଲେ ଏବଂ ଇଂରେଜଙ୍କ ବିରୋଧରେ ଲଢେଇ ଜାରିରଖିଥିଲେ । ଏହି ମହାନ ସଂଗ୍ରାମୀଙ୍କର ମୃତ୍ୟୁ ୧୮୫୮ ମସିହା ଜୁନ୍‌ ୧୮ ତାରିଖରେ ହୋଇଥିଲା । ବର୍ଣ୍ଣନା ରହିଛି କି ରାଣୀଙ୍କର ମୃତ୍ୟୁ ଯୁଦ୍ଧରେ ଲଢିବା ସମୟରେ ହୋଇଥିଲା । ଆଜି ବି ସେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.