ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଲକ୍ଷେ ଟପିଲା ସୁନା ଦର । ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଲଗାତର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇବା ସହ ୧୦ ଗ୍ରାମ ପ୍ରତି ଲକ୍ଷେ ଟପିଛି । ୧୦ ଗ୍ରାମପ୍ରତି ସୁନା ଦର ୧,୦୧,୫୪୦ ଟଙ୍କାରେ ପହଞ୍ଚି ରେକର୍ଡ ସ୍ତରକୁ ଅତିକ୍ରମ କରିଛି । ଏହି ସୁନା ଦର ବୃଦ୍ଧି ବର୍ତ୍ତମାନ ସୁଦ୍ଧା ସୁନା ବଜାରରେ ସବୁଠାରୁ ବଡ଼ ବୃଦ୍ଧି ବୋଲି କୁହାଯାଉଛି ।
ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ସୁନା ପ୍ରତି ୧୦ ଗ୍ରାମକୁ ୧,୦୧,୫୪୦ ଟଙ୍କା ରହିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୨୮୦ ଟଙ୍କା ବୃଦ୍ଧି ପାଇ ୧,୦୧,୬୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୪୦୦ ଟଙ୍କା ଥିଲା । ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ପ୍ରତି ୧୦ ଗ୍ରାମ ୧,୦୧,୫୪୦ ଟଙ୍କା ରେକର୍ଡ ସ୍ତରକୁ ପହଞ୍ଚିଛି।
ସେହିପରି, ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୩,୨୦୦ ଟଙ୍କା ରହିଛି । ଗତକାଲି ୯୨,୯୫୦ ଟଙ୍କା ଥିଲା । ଏଥିରେ ୨୫୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୨୧୦ ଟଙ୍କା ବୃଦ୍ଧି ହୋଇ ୭୬ ହଜାର ୨୬୦ ଟଙ୍କା ରହିଛି । ଗତକାଲି ୭୬ ହଜାର ୫୦ ଟଙ୍କା ଥିଲା ।
ଘରୋଇ ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ମୂଲ୍ୟ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଏହି ବୃଦ୍ଧି ପଛରେ ଅନ୍ତର୍ଜାତୀୟ ବିକାଶ ଏବଂ ଅର୍ଥନୈତିକ ସୂଚକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
Comments are closed.