ଠକେଇ ମାମଲାରେ ଗିରଫ ହେବେ ଅମିଷା ପଟେଲ

ସମୟ ଲାଇଭ୍‍,୧୮/୧୦: ଲୋକପ୍ର୍ରିୟ ଅଭିନେତ୍ରୀ ଅମିଷା ପଟେଲଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପ୍ରଯୋଜକଙ୍କ ଠାରୁ ଧାର ନେ଼ଇଥିବା ୩କୋଟି ଟଙ୍କା ନଫେରେଇବା କାରଣରୁ ରାଞ୍ଚି  କୋର୍ଟ ଅମିଷାଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରିଛି।

ସୂଚନା ଥାଉ କି, ପ୍ରଯୋଜକ ଅଜୟ କୁମାରଙ୍କ ଅଭିଯୋଗ କ୍ରମେ ଜୁଲାଇ ୨୦୧୯ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଅମିଷା ଏଥିରେ ଖିଲାପ କରିଥିଲେ ଏବଂ କୋର୍ଟରେ ହାଜର ହୋଇନଥିଲେ। ତେବେ ଏଥିରେ ଅଜୟ କୁମାରଙ୍କ ଓକିଲ ଗୋପାଳ କୃଷ୍ଣ ସିହ୍ନା ଜାମିନ ବିହିନ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟରେ ଦାବି କରିଥିଲେ। ତେବେ ଘଟଣାକୁ ଭିତ୍ତି କରି ରାଞ୍ଚି କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.