ଜୁନରେ ସରିବ ଇ-କେୱାଇସି ଯାଞ୍ଚ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଜୁନ୍‌ରେ ସରିବ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା । ଏଥିରୁ ବାଦ୍‌ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ ଇ-କେୱାଇସି କରିଛନ୍ତି । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନ କାର୍ଡର ସୁବିଧା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧାରୁ ବାଦ୍‌ ଦେବା ପାଇଁ ସରକାରଙ୍କ ପକ୍ଷରୁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ ।

ମନ୍ତ୍ରୀଙ୍କ ସୂଚନାନୁସାରେ,ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଦିଆଚାଲିଛି । ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍‌ଲାଇନ୍‌ ଆବେଦନ ହେଉଛି । ନୂଆ ସରକାରଙ୍କୁ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି । ଭିଡ଼କୁ ଦେଖି ଆବଶ୍ୟକ ପଦେକ୍ଷପ ନିଆଯିବ ।

Launching Ceremony of “AYUSHMAN BHARAT

Comments are closed.