ଭୁବନେଶ୍ବରର ଆଉ ଏକ ସ୍ଥାନରେ ମୁଖ୍ୟମନ୍ତ୍ରୀ କରିବେ ଜନ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଅଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଗତ କିଛି ସପ୍ତାହ ଭୁବନେଶ୍ବର ବାହାରେ ଏହି ଶୁଣାଣି ହୋଇଆସୁଛି। ହେଲେ ଏଥର ଭୁବନେଶ୍ବରରେ ଜନ ଶୁଣାଣୀ ହେବ ହେଲେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ନୁହେଁ। ଏଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରର ଅଶୋକ ନଗରରେ ଅଭିଯୋଗ ଶୁଣାଣି କରିବେ। ଏ ନେଇ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥର ଅଭିଯୋଗ ଅଶୋକ ନଗରରସ୍ଥିତ ୟୁନିଟ ୨ ରେ ଥିବା ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯିବ। ଏହା କ୍ୟାପିଟାଲ ନର୍ସିରୀ ନିକଟରେ ଅବସ୍ଥିତ। ଏହି ସ୍ଥାନକୁ ମୁଖ୍ୟମନ୍ତ୍ରୀ ଯାଇ ଲୋକଙ୍କର ଅଭିଯୋଗ ଶୁଣାଣି କରିବେ। ସେଥିପାଇଁ ଅନଲାଇନ ପଞ୍ଜିକରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ ।

ଏଥି ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ୧୬ ମଇ, ୨୦୨୫ ରେ ଆରମ୍ଭ ହେବ । ଯେଉଁଥିରେ ସର୍ବାଧିକ ୧୦୦୦ ଆବେଦନକାରୀ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନଙ୍କର ଅଭିଯୋଗ ଉପସ୍ଥାପନ କରିବାକୁ ଚାହୁଁଥିବା ନାଗରିକମାନେ ଜନଶୁଣାଣି ପୋର୍ଟାଲ୍ (https://janasunani.odisha.gov.in/) କିମ୍ବା ଜନ ଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜୀକରଣ କରି ପାରିବେ । ପଞ୍ଜୀକୃତ ବ୍ୟକ୍ତିମାନେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କର ସ୍ୱୀକୃତି ପତ୍ର, ଏକ ବୈଧ ବ୍ୟକ୍ତିଗତ ପରିଚୟପତ୍ର ଏବଂ ଏକ ଲିଖିତ ଅଭିଯୋଗ ଆଣିବାକୁ ପଡିବ।

Launching Ceremony of “AYUSHMAN BHARAT

Comments are closed.