ପିପିଲି ବୋମାମାଡ଼ରେ ୩ ଜଣ ଆହତ,ଜୀବନ୍ତ ବୋମା ଉଦ୍ଧାର

ପୁରୀ : ପିଲିରେ ପୁଣି ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ପିପିଲି ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ ହୋଇଛି । ବଡ଼ ଭାଇର ବୋମା ମାଡ଼ରେ ସାନ ଭାଇ ସହ ୩ ଜଣ ଗୁରୁତର ହୋଇଛନ୍ତି । ସମୁଦାୟ ୩ ଟି ବୋମା ମାଡ଼ କରାଯାଇଥିବାବେଳେ,ବୋମା ମାଡ଼ କରିଥିବା ଯୁବକ ହାତରେ ଗୋଟିଏ ବୋମା ଫୁଟିଯିବାରୁ ସେ ମଧ୍ୟ ଆହତ ହୋଇଛି । ବୋମା ମାଡ଼ରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି ।

ସୂଚନାନୁସାରେ, ଗତକାଲି ରାତିରେ ଜମାଲପୁର ଗାଁରେ ଯାତ୍ରା ହେଉଥିଲା । ବର୍ଷା ହେବା ଯୋଗୁଁ ଲୋକମାନେ ଘରକୁ ପଳାଇ ଯାଇଥିଲେ । ଏହି ସମୟରେ ବଡ଼ ଭାଇର ବୋମା ମାଡ଼ରେ ସାନ ଭାଇ ରାଜ କିଶୋର ନାୟକ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ଆହୁରି ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୧୨ବର୍ଷର ନାବାଳକ ଚନ୍ଦନ ନାୟକଙ୍କ ଡାହାଣ ଗୋଡ଼ ପାଦରେ ଗଭୀର ଆଘାତ ଲାଗିଛି। ଏବେ ବି ଘଟଣାସ୍ଥଳରେ ଗୋଟିଏ ଜୀବନ୍ତ ବୋମା ପଡ଼ିରହିଛି । ଏହାକୁ ନିଷ୍କ୍ରିୟ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି । ପିପିଲି ପୋଲିସ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ତେବେ କାହିଁକି ବୋମାମାଡ଼ ହେଲା, କ’ଣ କାରଣ ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।

Launching Ceremony of “AYUSHMAN BHARAT

Comments are closed.