ନ୍ୟୁୟର୍କ: ୨୦୦୮ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବା ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆମେରିକାରେ ଟ୍ରମ୍ପ ପ୍ରଶାସନ ଅନୁମତି ଦେଇଛି। କିନ୍ତୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇବାପାଇଁ ଆମେରିକା ସୁପ୍ରିମକୋର୍ଟ ଯାଇଥିବା ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହବୁର ରାଣାର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ୬୪ ବର୍ଷୀୟ ରାଣା ହେଉଛି କାନାଡ଼ା ନାଗରିକ। ସେ ଏବେ ଲସ ଏଞ୍ଜେଲ୍ସର ମେଟ୍ରୋପଲିଟାନ ଡିଟେନସନ୍ ସେଣ୍ଟରରେ ଅଛି। ରାଣା ଭାରତକୁ ପ୍ରତ୍ୟର୍ପିତ ହେବା ନେଇ ଆମେରିକା ସରକାର ଅନୁମତି ଦେବାପରେ ସେ ଏହାକୁ ବିରୋଧ କରି କୋର୍ଟ ଯାଇଥିଲା। ତେବେ ପୂର୍ବରୁ ଥରେ ରାଣାର ଆବେଦନ ଖାରଜ କରିଥିବା ସୁପ୍ରିମକୋର୍ଟ ପୁଣିଥରେ ତା’ର ଆବେଦନ ଖାରଜ କରି ଦେଇଛନ୍ତି। ସୋମବାର ଆମେରିକା ସୁପ୍ରିମକୋର୍ଟ ୱେବସାଇଟ୍ରେ ରାଣାର ଆବେଦନ ଖାରଜ ହୋଇଥିବା ନେଇ ନୋଟିସ୍ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଣାର ପ୍ରତ୍ୟର୍ପଣ ଘୋଷଣା କରିଥିଲେ।

Comments are closed.