କଟକ(ସ.ବୁ୍ୟ):ଜୁନ ୪: ଲକଡାଉନ ନିର୍ଦ୍ଦେଶାବଳୀକୁ ବିରୋଧ କରି ହାଇକୋର୍ଟରେ ଗତକାଲି ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଥିଲା ବେଳେ ଆଜି ଅନ୍ୟ ଏକ ମାମଲା ଡକଫର ବିକାଶ ଦାସ ମଧ୍ୟ ଆଇନଜୀବୀ ବିଜୟ ରଗଡଙ୍କ ଜରିଆରେ ରୁଜୁ କରିଛନ୍ତି । ଆବେଦନକାରୀ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଆଇନ ବିଭାଗ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର, ଡିଜି ପୁଲିସକୁ ପକ୍ଷଭୁକ୍ତ କରିଛନ୍ତି । ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, କରୋନା ସଂକ୍ରମଣକୁ ରୋକିବା ବା ଏହାର ଚେନ୍ ଭାଙ୍ଗିବା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ନୀତିକୁ ଆପଣାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଆଧାରରେ କେନ୍ଦ୍ର ସରକାର ଲକ୍ଡାଉନ୍ର ନିର୍ଦ୍ଦେଶାବଳୀ ପର୍ଯ୍ୟାୟକ୍ରମେ ଜାରି କରି ଆସୁଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ କଟକଣାକୁ କୋହଳ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି । କି;ୁ ରାଜ୍ୟ ସରକାର ଏହାକୁ ନମାନି ମନମୁଖି ଭାବେ ନିଜର ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରିଛନ୍ତି । ଉଭୟ ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ରେ କଟକଣା କୋହଳ କରିଥିବା ବେଳେ ଆସନ୍ତା ୮ତାରିଖରୁ ଧର୍ମାନୁଷ୍ଠାନ, ହୋଟେଲ୍, ଲଜ୍ ଆଦି ଖୋଲାଯିବାକୁ କୁହାଯାଇଛି । କି;ୁ ଏହି ଘୋଷଣାର ବିପରୀତ କାର୍ଯ୍ୟ କରିଛନ୍ତି ଓଡିଶା ସରକାର । କଟକଣାକୁ କୋହଳ କରିବା ପରିବର୍ତ୍ତେ ଆହୁରି କଠୋର ନୀତି ଆପଣାଇଛନ୍ତି । ଜୁନ୍ ମାସର ପ୍ରତ୍ୟେକ ଶନିବାର ଏବଂ ରବିବାରକୁ ଉପକୂଳବର୍ତ୍ତୀ ୧୧ଟି ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରାଯାଇଛି । କେନ୍ଦ୍ର ସରକାର ରାତିରେ ଲଗାଇ ଆସିଥିବା କର୍ଫୁ୍ୟକୁ ସଂଧ୍ୟା ୭ଟା ପରିବର୍ତ୍ତେ ୯ଟାରୁ ଲାଗୁ କରାଯିବ ବୋଲି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର କର୍ଫୁ୍ୟ ସମୟ ସେହି ସଂଧ୍ୟା ୭ଟା ରଖିଛନ୍ତି । ଏଭଳି ସେ୍ୱଚ୍ଛାଚାରିତା ଦ୍ୱାରା ଉଭୟ ଜୀବନ, ଜୀବିକା ପ୍ରଭାବିତ ହେବ । ଲୋକଙ୍କ ହାତରେ ଦୁଇ ମାସ ହେଲାଣି କୌଣସି କାମ ନାହିଁ । କରୋନା ଲଢେଇ ଆଳରେ ଲୋକଙ୍କୁ ଘରେ ବସାଇ ଦିଆଯାଇଛି । କଟକଣା କୋହଳ କରାଗଲେ ଲୋକେ ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ କରିପାରିବେ । କି;ୁ ଏଭଳି କଡା କଟକଣା ପାଇଁ ଜନସାଧାରଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏହାଛଡ଼ା, ଆଗକୁ ଓଡିଶାର ଅନ୍ୟତମ ବଡ ପର୍ବ ରଜ, ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା, ରଥଯାତ୍ରା ଆସୁଛି । ସଟ୍ଡାଉନ୍ ଫଳରେ ଏ ସମସ୍ତ ଯାତ୍ରାରେ ସାଧାରଣ ଲୋକେ ଭାଗ ନେଇପାରିବେ ନାହିଁ । ତେଣୁ ସଟ୍ଡାଉନ୍ ଉଠାଯିବା ସହ ରାତି କର୍ଫୁ୍ୟ ସମୟରେ କୋହଳ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

Comments are closed.