କୋଭିଡ୍-୧୯ ଗୁପ୍ତ ରଖିବା ପାଇଁ ଚୀନ୍‌କୁ ଦାୟୀ କଲେ ଆମେରିକା ବିଚାରପତି

ୱାସିଂଟନ: କରୋନା ଭାଇରସ୍ ସାର୍ସ-କୋଭ୍-୨ ଦ୍ୱାରା ସୃଷ୍ଟି ହୋଇଥିବା କୋଭିଡ୍-୧୯ ପ୍ରଥମେ ଚୀନ୍‌ର ଉହାନରେ ଦେଖାଦେଇଥିଲା। ଏହା ଖୁବ୍ ଶୀଘ୍ର ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା ଏବଂ ମାର୍ଚ୍ଚ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଥିଲା । କୋଭିଡ୍-୧୯ ମହାମାରୀକୁ ଲୁଚାଇବା ପାଇଁ ଚୀନ୍‌ ଷଡ୍‌ଯନ୍ତ୍ର କରିଥିଲା ଏବଂ ଏହି ବୈଶ୍ବିକ ସ୍ବାସ୍ଥ୍ୟସଙ୍କଟ ପାଇଁ ଚୀନ୍‌ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ଆମେରିକାର ଜଣେ ବିଚାରପତି ରାୟ ଦେଇଛନ୍ତି। ଆମେରିକାର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ମିସୁରୀ ଜଜ୍ ଷ୍ଟିଫେନ୍ ଏନ୍ ଲିମ୍ବାଗ୍ ତାଙ୍କ ରାୟରେ ଚୀନ୍‌କୁ ୨୪ ବିଲିୟନ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ରେ ମିସୁରୀ ରାଜ୍ୟ ଚୀନ୍‌ ସରକାର, ଉହାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଦାବି କରାଯାଇଥିଲା ଯେ ଚୀନ୍ ପିପିଇ ଉତ୍ପାଦନ, କ୍ରୟ, ଆମଦାନୀ ଏବଂ ରପ୍ତାନିକୁ ବାଧା ଦେଇ କୋଭିଡ୍-୧୯ ମହାମାରୀ ସୃଷ୍ଟି କରିଛି। ବିଚାରପତି ଲିମ୍ବାଗ୍ ତାଙ୍କ ରାୟରେ କହିଛନ୍ତି, ପୂରା ବିଶ୍ବକୁ ବିଭ୍ରାନ୍ତ କରିବା ପାଇଁ ଚୀନ୍‌ ବାରମ୍ବାର ଭୁଲ ତଥ୍ୟ ପ୍ରଦାନ କରୁଥିଲା।

Launching Ceremony of “AYUSHMAN BHARAT

Comments are closed.