ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌: ମୁହାଁମୁହିଁ ଇଣ୍ଡିଆ, ନ୍ୟୁଜିଲାଣ୍ଡ

ସମୟ ବ୍ୟୁରୋ:ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌। ଆଉ ଏକ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ। ମୁହାଁମୁହିଁ ଇଣ୍ଡିଆ, ନ୍ୟୁଜିଲାଣ୍ଡ। ଦୁବାଇ ଆନ୍ତର୍ଜାତୀୟ ମ୍ୟାଚରେ ଖେଳାଯିବ ଫାଇନାଲ ଲଢେଇ। ଦଳଗତ ପ୍ରଦର୍ଶନ ଦୃଷ୍ଟିରୁ ଭାରତର ପଲ୍ଲା ଭରି ରହିଛି। ନ୍ୟୁଜିଲାଣ୍ଡ କୁ ହାଲକା ଭବେ ନିଆଯାଇ ପାରେନି। ହିଟ୍‌ମ୍ୟାନ୍‌ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏ ଯାବତ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଛି । କିନ୍ତୁ ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ, ଜଣେ ବ୍ୟାଟର୍ ଭାବେ ରୋହିତ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ।

ପ୍ରତିଯୋଗିତାର ଫିଲ୍ଡିଂ କିୱି ଟିମ୍‌ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ରହିଆସିଛି । ନ୍ୟୁଜିଲାଣ୍ଡ ର ଖେଳାଳି ମାନେ କ୍ଷେତ୍ର ରକ୍ଷଣର ଭଲ ପ୍ରଦର୍ଶନ କରି ଆସିଛନ୍ତି। ଭାରତ ବିପକ୍ଷ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସିନା ହାରିଯାଇଥିଲା, ହେଲେ ଟିମ୍‌ର ଫିଲ୍ଡିଂ ପ୍ରଶଂସନୀୟ ଥିଲା । ମଜଭୁତ ଫିଲ୍ଡିଂ ଯୋଗୁଁ ଟିମ୍ ୩୦-୪୦ ରନ୍ ବଞ୍ଚାଇ ପାରିଥିଲା । ଏହା ସହିତ ଖେଳାଳି କେତେକ ବିସ୍ମୟକର କ୍ୟାଚ୍ ବି ଧରିଥିଲେ । ତେବେ ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ? ତାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

 

Launching Ceremony of “AYUSHMAN BHARAT

Comments are closed.