ବାଲେଶ୍ୱର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ଗିରଫ । କୋଟିପତି ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତି ସହ ଏକାଧିକ ପ୍ଲଟ ଥିବା ଜଣା ପଡିଥିଲା ।
ସୂଚନାନୁସାରେ, ବିଦ୍ୟାଧର ପତିଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା ଇ ଭିଜିଲାନ୍ସ ମୁଖ୍ୟାଳୟରୁ ଏକ ଟିମ୍ ବାଲେଶ୍ବର ସର୍କିଟ୍ ହାଉସ୍ ନିକଟରୁ ତହସିଲଦାର ଶ୍ରୀ ପତିଙ୍କୁ ଧରି ତାଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବାପରେ ତାଙ୍କ ନାଁରେ ଏକାଧିକ ପ୍ଲଟ୍, ଫ୍ଲାଟ୍ ଥିବା ଜାଣିବାକୁ ପାଇଥିଲେ । ହସ୍ତଗତ ସୂଚନା ଅନୁସାରେ, ବିଦ୍ୟାଧର ପତି ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଭୁବନେଶ୍ବର ଶୈଳଶ୍ରୀବିହାରରେ ୧୪୬୦ ବର୍ଗଫୁଟ୍ର ୩ ବିଏଚ୍କେ ଫ୍ଲାଟ୍, ରୁଦ୍ରପୁର ଅଞ୍ଚଳରେ ୧୪୨୨ ବର୍ଗଫୁଟର ୩ ବିଏଚ୍କେ ଫ୍ଲାଟ୍, ବାଲେଶ୍ବର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟ୍ରେ ୧୫୫୪ ବର୍ଗଫୁଟ୍ର ଏକ ଫ୍ଲାଟ୍ ରହିଥିବା ବେଳେ ଉଭୟ ଭୁବନେଶ୍ବର ଓ ବାଲେଶ୍ବରରେ ୨ଟି ପ୍ଲଟ୍ ରହିଛି। ଏହା ବିଦ୍ୟାଧର ପତିଙ୍କ ହୁଣ୍ଡାଇ-ଆଇ୨୦ କାର୍, ୨ଟି ଦୁଇଚକିଆ ସହ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରାଶିର କାଗଜପତ୍ର ଭିଜିଲାନ୍ସ ଠାବ କରିଥିଲା । ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଛି। ଏହି ଚଢ଼ଉରେ ଭିଜିଲାନ୍ସର ୬ ଡିଏସ୍ପି, ୩ ଇନ୍ସପେକ୍ଟର ଓ ୧୦ ଏଏସ୍ଆଇ ସାମିଲ ଥିଲେ ।

Comments are closed.