ଆଜି ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା,ଯାଜପୁରରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଯେଉଁମାନଙ୍କୁ ଏହି ଟଙ୍କା ମିଳିନି, ୩ ଓ ୪ ତାରିଖରେ ବ୍ୟାଙ୍କୁ ଯାଇ ଇ-କେୱାଇସି କ୍ଲିଅର କଲେ ଏହି ଟଙ୍କା ମିଳିବ। ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବ, ତେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିଯିବ I ଏହାପରେ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ। ୬୮ ହଜାର ଲାଭାର୍ଥୀ ଏନପିସିଆଇ କରିସାରିଛନ୍ତି ।

ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି । ଏହାକୁ ଆଜି ସୁଦ୍ଧା ସମାଧାନ କଲେଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ । ସମସ୍ୟା ସମାଧାନ ହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ ହିତାଧିକାରୀ ।

Launching Ceremony of “AYUSHMAN BHARAT

Comments are closed.