ଦୟା ନଦୀ କୂଳରୁ ମହିଳାଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ମହିଳାଙ୍କ କ୍ଷତାକ୍ତ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ମୃତଦେହରେ ରହିଛି ଏକାଧିକ କ୍ଷତ ଚିହ୍ନ । ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନି। ଲିଙ୍ଗିପୁର ମେଳଣ ପଡିଆ ନିକଟରେ ପଡିଛି ମୃତଦେହ ମୃତଦେହ ନିକଟରେ ମହିଳାଙ୍କ ଅନ୍ତଃବସ୍ତ୍ର ମଧ୍ୟ ପଡିଛି।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ବି ଦେଇଥିଲେ । ମହିଳାଙ୍କର ମୃତ୍ୟୁ କିପରି ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହାକି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ୧୦ ରୁ ୧୨ ଦିନ ତଳୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୁଲିସ। ତେବେ ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Launching Ceremony of “AYUSHMAN BHARAT

Comments are closed.