ଭାରତ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରପତି। ଦୁଇ ଦିନିଆ ଭାରତ ଗସ୍ତରେ ଆସି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରିବେ। ଆସନ୍ତା ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଆୟୋଜିତ ହେବାକୁ ଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି। ଭାରତ ଗସ୍ତ ସମୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଜଗଦୀପ ଧନକଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ଇଣ୍ଡୋନେସିଆ ରାଷ୍ଟ୍ରପତି ସୁବିୟାଣ୍ଟୋଙ୍କ ପ୍ରଥମ ଥର ଭାରତ ଗସ୍ତ କରିବେ। ସେ ଜାନୁଆରି ୨୫ରେ ଭାରତ ଆସିବେ ଓ ୨୬ରେ ପରେଡ୍‌ରେ ଯୋଗ ଦେଇ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଆତିଥ୍ୟ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣକୁ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁବିୟାଣ୍ଟୋ ସ୍ବୀକାର କରିଛନ୍ତି। ସେ ଜାନୁଆରି ୨୫-୨୬ ଦୁଇଦିନ ଭାରତ ଗସ୍ତ କରିବେ।

Launching Ceremony of “AYUSHMAN BHARAT

Comments are closed.