ସମ୍ବଲପୁର : ବିଶିଷ୍ଟ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ । ସମ୍ବଲପୁରର ସୁପର କ୍ଲାସ କଣ୍ଟ୍ରାକଟର ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି । ଏକକାଳୀନ ୨୦ ଟି ସ୍ଥାନରେ ଚାଲିଛି ଚଢ଼ାଉ । ଆଜି ସକାଳୁ ବ୍ରଜ କିଶୋର ଦାସଙ୍କ ସମ୍ୱଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ୍ କରାଯାଉଛି । ଏକା ସହିତ ଭୁବନେଶ୍ୱର ଏବଂ ଛତିଶଗଡ଼ ଆୟକର ବିଭାଗ ଅଧିକାରୀମାନେ ୧୦ଟି ଇନୋଭା ଗାଡିରେ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ତେବେ କାହିଁକି ଏବଂ କେଉଁ ଘଟଣା ପାଇଁ ଚଢ଼ାଉ କରାଯାଉଛି ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଥିବା କୁହାଯାଉଛି ।
ସୂଚନା ଥାଉକି, ସ୍ୱର୍ଗତ ବିଜେଡି ନେତା ନବ ଦାସଙ୍କ ଭାଇ ବ୍ରଜକିଶୋର ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ । ଭୁବନେଶ୍ୱର, ଛତିଶଗଡ ଟିମ୍ର ମିଳିତ ଚଢାଉ ହୋଇଥିବା ଅନୁମାନ କରାଯାଉଛି । ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଚଢ଼ାଉ ସମୟରେ ବ୍ରଜ କିଶୋର ଦାସ ଘରେ ନଥିବା ସୂଚନା ମିଳିଛି ଇ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରି ନାହିଁ ।

Comments are closed.