ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର:ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଆସନ୍ତା ୧୯ ତାରିଖରେ ଅଵସର ନେବାକୁ ଯାଉଥିବା ବେଳେ ଆଜି ଲୋକସେବା ଭବନରେ ତାଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଗତବର୍ଷ ଫେବୃଆରୀ ୭ ତାରିଖରେ ଜଷ୍ଟିସ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ। ପାଟନା ହାଇକୋର୍ଟର ବିଚାରପତି ଭାବେ ଦୀର୍ଘ ୧୨ ବର୍ଷ କାମ କରିବା ପରେ ମୁଖ୍ୟ ବିଚାରପତି ଭାବେ ଓଡିଶା ହାଇକୋର୍ଟକୁ ଆସିଥିଲେ। ୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଶରଣ ସିଂ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ମସିହାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ସିଂହ । ୨୦୧୦ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ବିହାର ସରକାର । ୨୦୧୨ରେ ପାଟନା ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ଜଷ୍ଟିସ ଶରଣ ସିଂ ନିଯୁକ୍ତି ଦିଆଯାଇଥିଲା । ପାଟନା ହାଇକୋର୍ଟରେ ଆକ୍ଟିଙ୍ଗ ଚିଫ ଜଷ୍ଟିସ ଭାବେ ସେ କାର୍ଯ୍ୟ ମଧ୍ୟ କରିଛନ୍ତି।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଆସନ୍ତା ୧୯ ତାରିଖରେ ଅଵସର ନେବାକୁ ଯାଉଥିବା ବେଳେ ଆଜି ଲୋକସେବା ଭବନରେ ତାଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଗତବର୍ଷ ଫେବୃଆରୀ ୭ ତାରିଖରେ ଜଷ୍ଟିସ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗ ଦେଇଥିଲେ। ପାଟନା ହାଇକୋର୍ଟର ବିଚାରପତି ଭାବେ ଦୀର୍ଘ ୧୨ ବର୍ଷ କାମ କରିବା ପରେ ମୁଖ୍ୟ ବିଚାରପତି ଭାବେ ଓଡିଶା ହାଇକୋର୍ଟକୁ ଆସିଥିଲେ। ୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଶରଣ ସିଂ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ମସିହାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ସିଂହ । ୨୦୧୦ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ବିହାର ସରକାର । ୨୦୧୨ରେ ପାଟନା ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ଜଷ୍ଟିସ ଶରଣ ସିଂ ନିଯୁକ୍ତି ଦିଆଯାଇଥିଲା । ପାଟନା ହାଇକୋର୍ଟରେ ଆକ୍ଟିଙ୍ଗ ଚିଫ ଜଷ୍ଟିସ ଭାବେ ସେ କାର୍ଯ୍ୟ ମଧ୍ୟ କରିଛନ୍ତି।

Govt

Comments are closed.