ଭୁବନେଶ୍ୱର : ରାଜସ୍ବ ଅଧିକାରୀ ମାନେ ଆଉ କରିବେ ନାହିଁ ଅଣ ରାଜସ୍ବ କାମ । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଦିଆଯାଇଛି । ବାଲି ମାଫିଆଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ଆଣୁଛନ୍ତି ନୂଆ ଯୋଜନା । ଯାହାଦ୍ବାରା ରାଜସ୍ବ ବିଭାଗର ଦାୟିତ୍ବରେ ଥିବା ରାଜସ୍ୱ ଅଧିକାରୀ ମାନେ ବିଭାଗ ପ୍ରତି କେମିତି ସଂପୂର୍ଣ୍ଣ ନ୍ୟାୟ କରିପାରିବେ । ରାଜସ୍ବ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜସ୍ୱ ଅଧିକାରୀ ମାନେ କମିଟି ଆହୁରି ପ୍ରତିବଦ୍ଧତା ସହ କାମ କରିବେ ସେଥିପାଇଁ ଅନେକ ସଂସ୍କାର ଅଣାଯାଉଛି ।
ରାଜସ୍ବ ବିଭାଗର ମୂଳ ରାଜସ୍ୱ ଅଧିକାରୀ ମାନେ ରାଜସ୍ୱ ବିଭାଗରେ କାମ କରି ଥାଆନ୍ତି । ଏହାସହ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ଅନ୍ୟ ବିଭାଗକୁ କାମ କରିବା ପାଇଁ ପଠାଯାଇଥାଏ । ତେଣୁ ଏହାଦ୍ୱାରା ସୃଷ୍ଟି ହେଉଥିବା ଦ୍ବନ୍ଦ୍ବରେ ସ୍ପଷ୍ଟତା ଆଣିବା ପାଇଁ ଚାହୁଁଛି ରାଜସ୍ୱ ବିଭାଗ । ଯେଉଁ ଅଧିକାରୀ ମାନେ ରାଜସ୍ୱ ବିଭାଗର ORS ଭାବେ ପଦୋନ୍ନତି ପାଉଥିଲେ, ସେମାନଙ୍କର ରାଜସ୍ୱ କାମ ବିଷୟରେ ଅନୁଭବ ନଥିଲା । ସେହିପରି ଅନେକ ପୁରୁଣା ଆଇନ ଗୁଡ଼ିକୁ ସଂଶୋଧନ କରାଯିବ, ଯେଉଁ ଆଇନର ଆବଶ୍ୟକ ନାହିଁ, ରଦ୍ଦ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରଙ୍କୁ ଦୋଷ ଦେଇ କହିଛନ୍ତି ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା। ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣାନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ମଧ୍ୟ ହସ୍ତଗତ ହୋଇଛି। ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି।

Comments are closed.