ପୁଣି ବଢ଼ିଲା ଆଳୁ ଦର,ଏକା ଥରକେ ୧୦ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ତେଣୁ ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ଆଳୁ। ଆଳୁ ଦର ବୃଦ୍ଧି ପାଇବାରୁ ସିଧାସଳଖ ଖାଉଟିଙ୍କ ରୋଷେଇ ଘରେ ପ୍ରଭାବ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଆଳୁ ସମସ୍ୟା ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ରୋକଠୋକ ଜବାବ ଦେଇଥିଲେ ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ଆମେ ୟୁପିରୁ ଆଳୁ ଆମଦାନୀ କରିବୁ।

ସେହିପରି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଆଳୁ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି । ରବିବାର କୃଷି ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହେବ । ପ୍ରତିବର୍ଷ ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୁଏ । କିନ୍ତୁ ୧୪ ଲକ୍ଷ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି ଯାହା ପୂରଣ ପାଇଁ ୧୧ ଲକ୍ଷ ମେଟ୍ରିକ ଟନ୍‌ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ ।

ଏଥରକ କୃଷିମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଆଗାମୀ ଦିନରେ ଆଳୁର ଅଭାବ ରହିବନି ବୋଲି ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Launching Ceremony of “AYUSHMAN BHARAT

Comments are closed.