ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର କଠୁଆ ଜିଲ୍ଲା ଶିବାନଗରରେ ଭୟଙ୍କର ଅଗ୍ନିକାଣ୍ଡ। ଘରେ ଶୋଇଥିବାବେଳେ ଜଣଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଠୁଆର ଶିବାନଗରରେ ଅବସରପ୍ରାପ୍ତ ଡିଏସପିଙ୍କ ଘରେ କୌଣସି କାରଣ ଅଗ୍ନିକାଣ୍ଡ ଘଟିଥିଲା । ପରିବାରର ପ୍ରାୟ ୧୦ ସଦସ୍ୟ ଖାଇବା ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ। ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଥିବା ଜଣାପଡିଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ଗୁରୁତର ରହିଛି I ସର୍ଟ ସର୍କିଟ୍ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

 
			 
						
Comments are closed.