ସମୟ ଲାଇଭ୍, ୧୬/୧୦: ପୂର୍ବରୁ ଆପଣ ଅନେକ ଭୂତ ଚଳଚିତ୍ର ଦେଖିଥିବେ। ତେବେ ନିକଟରେ ଏମିତି ଏକ ହରର ଫିଲ୍ମ ରିଲିଜ୍ ହେବାକୁ ଯାଉଛି ଯାହାକୁ ଦେଖିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ।
‘ଘୋଷ୍ଟ’ ନାମରେ ଏକ ହରର ଫିଲ୍ମ ଦେଖି ଆପଣ ଏହି ଅନୁଭୂତି ସାଉଁଟିପାରିବେ। ୧୯୨୦, ଖାମୋଶିୟାଁ, ରାଜ୍ ଏବଂ ହେ ଡ୍ ଥ୍ରୀଡି ହରର ମୁଭି ପାଇଁ ଲୋକଙ୍କ ମନରେ ଡର ସୃଷ୍ଟି କରିଥିବା ଅଭିନେତା ବିକ୍ରମ ଭଟ୍ଟ ଏବେ ସିଲ୍ଭର ସ୍କ୍ରିନ୍କୁ ଆଣିଛନ୍ତି ନିଜର ଏହି ହରର ଫିଲ୍ମ ‘ଘୋଷ୍ଟ’। ![]()
ତେବେ କେବଳ ହରର ନୁହେଁ ଭରପୁୂର ରୋମାନ୍ସ ସହିତ ନଜର ଆସିବେ ଟେଲି ଅଭିନେତ୍ରୀ ସନୟା ଇରାନୀ ଓ ସିଭମ୍ ଭାର୍ଗବ। ଫିଲ୍ମଟି ଏମିତି ଏକ କାହାଣୀଟିକୁ ନେଇ ଗତିଶୀଳ ହେଉଛି ଯେଉଁଥିରେ ସ୍ୱାମୀ କରନ ଖନ୍ନା ନିଜ ଧର୍ମପତ୍ନୀଙ୍କୁ ମାରିବାର ସନ୍ଦେହ କରାଯାଉଛି।
କିଛିଦିନ ପରେ ଏକ ଅଦୃଶ୍ୟ ଆତ୍ମାକୁ ଅନୁଭବ କରିଛନ୍ତି କରନ। ଯିଏକି ପ୍ରତ୍ୟେକ ହତ୍ୟାର କାରଣ ବୋଲି ଜଣାଇଛନ୍ତି ନିଜର ବ୍ୟକ୍ତିଗତ ଓକିଲଙ୍କୁ। ଏଭଳି ଏକ ସସ୍ପେନ୍ସଧର୍ମୀ କାହାଣୀକୁ ନେଇ ଆଧାରିତ ହୋଇଛି ‘ଘୋଷ୍ଟ’।

‘ଘୋଷ୍ଟ’ ନାମରେ ଏକ ହରର ଫିଲ୍ମ ଦେଖି ଆପଣ ଏହି ଅନୁଭୂତି ସାଉଁଟିପାରିବେ। ୧୯୨୦, ଖାମୋଶିୟାଁ, ରାଜ୍ ଏବଂ ହେ ଡ୍ ଥ୍ରୀଡି ହରର ମୁଭି ପାଇଁ ଲୋକଙ୍କ ମନରେ ଡର ସୃଷ୍ଟି କରିଥିବା ଅଭିନେତା ବିକ୍ରମ ଭଟ୍ଟ ଏବେ ସିଲ୍ଭର ସ୍କ୍ରିନ୍କୁ ଆଣିଛନ୍ତି ନିଜର ଏହି ହରର ଫିଲ୍ମ ‘ଘୋଷ୍ଟ’। 
Comments are closed.