ଦିନରେ ଗ୍ରାହକ ରାତିରେ ଚୋର

ସମୟ ଲାଇଭ୍‍, ୧୬/୧୦:  ଜାତୀୟ ରାଜପଥ-୧୬ କୋଳଥିଆ ଛକରେ ଥିବା ମା’ ଓମ୍‍ଫେଡ଼୍‍ ବୁଥରୁ ୨୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି ହୋଇଯାଇଛି। ସୋମବାର ଭୋର ଚାରିଟା ସମୟରେ ଏହି ଚୋରି ହୋଇଥିବାବେଳେ ଚୋରି ସମୟର ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍‍ ହୋଇଛି।

ଘଟଣାକ୍ରମେ ଦୋକାନୀ ମାଲିକ ସୁ ବାସ ସାହୁଙ୍କ ପୁତୁରା ଘଟଣାଦିନ ଦୋକାନରେ ଶୋଇଥିଲେ। ତେବେ ଭୋର ସମୟରେ ଉଠି ସେ ବାହାରକୁ ଆସିଥିଲେ। ଠିକ୍‍ ଏହି ସମୟରେ ଚୋରଟିଏ ମୁହଁରେ ଗାମୁଛା ବାନ୍ଧି କୌଶଳକ୍ରମେ ଦୋକାନରେ ପଶି କ୍ୟାସ୍‍ ଡ଼୍ରରେ ଥିବା ୨୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ନେଇ ଚମ୍ପଟ ମାରିଥିଲା।
ତେବେ ସିସିଟିଭିର ସମସ୍ତ ଘଟଣା ଦେଖିବା ପରେ ମାଲିକ ଏନେଇ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ସ୍ଥାନୀୟ ଅଞ୍ଚଳରେ ଅଧିକାଂଶ ସମୟ ଛୋଟମୋଟ ଚୋରି କରୁଥିବା ଗ୍ୟାଙ୍ଗ ମଧ୍ୟରୁ ଇଏ ଜଣେ ବୋଲି ମାଲିକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଦିନରେ ଏମାନେ ଉକ୍ତ ଦୋକାନକୁ ଚା’ ପିଇବାକୁ ମଧ୍ୟ ଆସିଥା’ନ୍ତି ବୋଲି ସେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.