କଟକ : ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ । ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍ ମେରିଟ୍ ଲିଷ୍ଟ ଦାଖଲ ନ କରିବାରୁ OPSC ଅଧ୍ୟକ୍ଷ ଅରୁଣ ଷଡଙ୍ଗୀଙ୍କୁ ଗୁରୁବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓପିଏସସି ଚାକିରିରେ ହୋଇଥିବା ଅନିୟମିତତାକୁ ନେଇ ନୋଟିସ କରିଛନ୍ତି ହାଇକୋର୍ଟ । କୋର୍ଟ ଏହି ମାମଲାରେ ଓପିଏସସିଙ୍କୁ ମେରିଟ ଲିଷ୍ଟ କୋର୍ଟ ସମ୍ମୁଖରେ ଦାଖଲ କରିବାକୁ ନିଦ୍ଦେର୍ଶ ଦେଇଥିଲେ । କିନ୍ତୁ ବାରମ୍ବାର ତାଗିଦ ପରେ ମଧ୍ୟ କମିଶନ ରିଭାଇଜ ମେରିଟ ଲିଷ୍ଟ ଦାଖଲ କରିନଥିଲେ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ ।

Comments are closed.