ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ। ଏଥିରେ ୮ ପ୍ରସ୍ତାବ ଉପରେ ମୋହର ବାଜିଛି। ସେଥିମଧ୍ୟରୁ ୫ଟି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବ ରହିଛି। ଏନେଇ ୫ ବର୍ଷ ରେ ଖର୍ଚ୍ଚ ହେବ ୧୦୩୧ କୋଟି ଟଙ୍କା। ଏହାଦ୍ୱାରା ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୫ ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ। ମତ୍ସ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ।

ଗୋମାତା ନାଁରେ ଆସିବ ଯୋଜନା।ଏନେଇ ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ। ଜଳ ସମ୍ପଦ ଭିତ୍ତି ଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ। ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚା ଅଞ୍ଚଳ ଏବଂ ୧ ଲକ୍ଷ ୫୮ ହଜାର ହେକ୍ଟର ଅତିରିକ୍ତ ସେଚା ଜଳ ସୃଷ୍ଟି କରାଯିବ।

Launching Ceremony of “AYUSHMAN BHARAT

Comments are closed.