ଭୁବନେଶ୍ୱର : ଦୀପାବଳି ପାଇଁ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ । ସୁପ୍ରିମକୋର୍ଟ ର ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ ବାରଣ କରାଯାଇଛି । କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ବାଣ ବିକ୍ରୟ କରିବା ପାଇଁ ବିଏମସି ସହମତିରେ ୨୫ ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୨ ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି । ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ ।
ସେହିପର ବନ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖି ପାରିବେ ନାହିଁ । ପ୍ରତି ବାଣ ଦୋକାନ ମଧ୍ୟରେ ୫୦ ଫୁଟ ର ଦୂରତା ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ । ପୁଲିସର ସ୍ୱତନ୍ତ୍ର ଟିମ ଏହା ଉପରେ ନଜର ରଖିବେ । ଅଗ୍ନିଶମ ବିଭାଗ ଓ ବିଏମସି ର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ ଆଜି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଏକ ନଦୀ ପଠାରେ ଅସୁରକ୍ଷିତ ଭାବରେ ଚାଲୁଥିବା ବେଆଇନ ବାଣ କାରଖାନା ଉପରେ କମିଶନରେଟ ପୋଲିସ ଚଢ଼ାଉ କରିଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ଭାବେ ଗନ୍ ପାଉଡର ଆଣି ବାଣ ତିଆରି କରାଯାଉଥିଲା । ପାଖାପାଖି ୨୦ ଲକ୍ଷ ତାଙ୍କ ମୂଲ୍ୟର ଦେଢ଼ କ୍ୱିଣ୍ଟାଲ ରୁ ଉର୍ଧ୍ଵ ବାଣ ସହ ବାଣୁଆଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

Comments are closed.