ଭୁବନେଶ୍ୱର : କେନ୍ଦୁଝର ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ଝାରପଡା ରେ ଦେଢ଼ କୋଟି ଟଙ୍କାର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗା ରେ ୪ ଟି ଦାମୀ ପ୍ଲଟ ସହ ୧୫ ଲକ୍ଷ ର ଦାମୀ ଇଣ୍ଟେରିଅର ଠାବ କରିଛି ଭିଜଲାନ୍ସ । ଏହା ସହ ୧୦ ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଓ ୬ ଲକ୍ଷ ଟଙ୍କା ର ବ୍ୟାଙ୍କ ଜମା ମଧ୍ୟ ରେଡ ବେଳେ ମିଳିଥିଲା ।
କେନ୍ଦୁଝର ଜେଲ ସୁପରିଟେଣ୍ଡେଣ୍ଟ ପୂର୍ବରୁ ସତ୍ୟପ୍ରକାଶ ଝାରପଡ଼ା ଜେଲର ସୁପରିଟେଣ୍ଡେଣ୍ଟ ରହିଥିଲେ । ଏହି ସମୟରେ ସେ କଏଦୀଙ୍କ ଟଙ୍କାରେ କଳାଧନର ପାହାଡ଼ ଠିଆ କରିଥିଲେ। କଏଦୀ ଙ୍କୁ ଟଙ୍କା ମାଗିବା ସହ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା ସତ୍ୟ ପ୍ରକାଶଙ୍କ ନା ରେ । କଏଦୀଙ୍କ ଟଙ୍କାରେ ସେ କୋଠାବାଡ଼ି, ଜମିଜମା, ସୁନାଗହଣା କିଣିବାରେ ଖର୍ଚ୍ଚ କରୁଥିଲେ, ତା’ଠାରୁ ଅଧିକ ସଉକରେ ଉଡ଼ାଇ ଦେଉଥିଲେ। ମାଲେସିଆ, ସିଙ୍ଗାପୁର ଭଳି ବିଦେଶ ଭ୍ରମଣଠାରୁ ଆରମ୍ଭ କରି ଦାମୀ ଘଣ୍ଟା ପିନ୍ଧିବା, ୩୦ ହଜାର ଟଙ୍କିଆ ସ୍କଚ୍ (ମଦ) ପିଇବା ତାଙ୍କ ପାଇଁ ସାଧାରଣ କଥା ଥିଲା। ଏ ନେଇ ଜେଲ ର ଜଣେ ବିଚାରଧୀନ କଏଦୀ ଭିଜଲାନ୍ସ ନିର୍ଦେଶକ ଙ୍କୁ ଚିଠି ଲେଖିବା ଖବର ସାମ୍ନା କୁ ଆସିଥିଲା ।

Comments are closed.