ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ସୁଜିତ କୁମାର

ଭୁବନେଶ୍ୱର : ରାଜ୍ୟସଭା ପଦ ଛାଡିଲେ ବିଜେଡି ନେତା ସୁଜିତ କୁମାର । ପଦ ଛାଡିବା ନେଇ ରାଜ୍ୟସଭା ଅଧ୍ୟକ୍ଷକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ମମତା ମହନ୍ତଙ୍କ ପରେ ସୁଜିତ କୁମାର ଛାଡିଲେ ଦଳ । ୨୦୨୬ରେ ରାଜ୍ୟସଭାରୁ ସରିଥାନ୍ତା ସୁଜିତଙ୍କ କାର୍ଯ୍ୟକାଳ । ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ ସୁଜିତ କୁମାର । ତେବେ କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବରେ ବିଜେପିରେ ମିଶିଥିବା ସୂଚନା ମିଳିଛି ।

Govt

Comments are closed.