ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଟକ ଓଏମପି ୬ ନମ୍ବର ବାଟାଲିଅନର ବାରାକରେ ହାବିଲଦାର ତ୍ରିଲୋଚନ ସେଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ସକାଳେ ଜଣେ କର୍ମଚାରୀ ବାରାକରେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଦେଖି ଅନ୍ୟ କର୍ମଚାରୀଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲା।ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ହାବିଲଦାର ତ୍ରିଲୋଚନଙ୍କ ଘର ଯାଜପୁର ବରୀ ଅଞ୍ଚଳରେ । ଦୀର୍ଘ ଦିନ ହେବ ତ୍ରିଲୋଚନ କଟକରେ ଚାକିରୀ କରିବା ସହିତ ପରିବାର ସହ ନୂଆ ବଜାର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଗତକାଲି ରାତିରେ ସେ କଟକ ଏସସିବିରେ ମେଡିକାଲ ଡ୍ୟୁଟି ସାରି ବାରାକକୁ ଫେରି ଖାଇ ସାରି ଶୋଇଥିଲେ,ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଘଟଣର ଖବର ପାଇ ପରିବାର ଲୋକ ସେଠାରେ ଆସି ପହଞ୍ଚିଛନ୍ତି । ପୋଲିସ ସେମାନଙ୍କୁ ପଚରାଉଚରା କରୁଛି।

Govt

Comments are closed.