ସମୟ ଲାଇଭ, 24/4 ( ଅଭିଷେକ ପାଣିଗ୍ରାହୀ ):ମହାମାରୀ କରୋନା ପ୍ରଭାବ ରେ ନିରବି ଯାଇଛି ସାରା ଦେଶ | ସେହିପରି ଓଡିଶା ର ଶିଳ୍ପ ଓ ଶିଳ୍ପୀଙ୍କ ଉପରେ ଗଭୀର ପ୍ରଭାବ ପଡିଛି | ![]()
ମୟୁରଭଞ୍ଜ ଜିଲ୍ଲାର ଶିଳା ଓ ଶିଳ୍ପୀ ଙ୍କ ଗାଁ ” କେଶନା” ରେ ଆଉ ନିହାଣ ମୁନର ଠୁକୁରୁ ଠୁକୁରୁ ଶବ୍ଦ ଶୁଭୁନାହିଁ | ମୁଗୁନି ପଥର କାରିଗର ପାଇଁ ଦେଶ ବିଦେଶ ରେ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ର ଶିଳ୍ପୀ ଗ୍ରାମ କେଶନା ର ବେଶ୍ ସୁନାମ ରହିଛି ,ନିର୍ଜୀବ ପାଷାଣ କୁ ନିହାଣ ମୁନରେ ଜୀବନ୍ତ କରୁଥିବା ମୂର୍ତ୍ତି କାରିଗର ଏହି ଗ୍ରାମ ରେ ବାସ କରନ୍ତି | ଅଧିକାଂଶ ଏହି କୁଳ ବେଉସା କୁ ଆପଣେଇ ପରିବାର ପ୍ରତିପୋଷଣ କରି ଚଳନ୍ତି |![]()
ରାସ୍ତା ଦୁଇପାର୍ଶ୍ଵରେ ମୂର୍ତ୍ତି ଦୋକାନରେ ସୁନ୍ଦର ମୂର୍ତ୍ତି ଗୁଡ଼ିକ ଦେଖିଲେ ପଥଚାରୀଙ୍କ ବେଗ ଧିମେଇ ଯାଏ | କଳା ମଚ ମଚ କାରୁକାର୍ଯ୍ୟ ସମ୍ପନ୍ନ ବିଭିନ୍ନ ସାଇଜ଼ ର ମୂର୍ତ୍ତି ଓ ପ୍ରତିମୂର୍ତ୍ତି କୁ ଦେଖିଲେ ଜଣେ ଆଖି ଫେରେଇ ପାରେ ନାହିଁ | ତେବେ ମହାମାରୀ ସଂକ୍ରାମକ ରୋଗ ପ୍ରଭାବରେ ନୀରବି ଯାଇଚି ଶିଳା ଶିଳ୍ପୀ ଗାଁ କେଶନା | ଲକ୍ ଡାଉନ୍ ପାଇଁ ସମସ୍ତ ମୂର୍ତ୍ତି କାରିଗର ଦୋକାନ ବନ୍ଦ ରହିଛି |
ନିହାଣ ମୁନ ର ଠୋକ୍ ଠୋକ୍ ଶବ୍ଦ ଆଉ ଶୁଭୁ ନାହିଁ | କାରିଗର ମାନେ ହାତ ବାନ୍ଧି ଘରେ ବସି ରହିଛନ୍ତି | କାରିଗରଙ୍କ ଚଳନୀ ରେ ଘୋର ଅସୁବିଧା ପରିଲକ୍ଷିତ ହେଉଛି | ସମସ୍ତ ଦୋକାନ ଓ ମୂର୍ତ୍ତି କାରିଗରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି | କାରିଗରଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଥିବାବେଳେ ସରକାରୀ ସହାୟତା ମିଳିବା ଆଶା ନେଇ ବସି ରହିଛନ୍ତି ଏହି କାରିଗର କୁଳ |

Comments are closed.