ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୯ ଦିନ ପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ଏମିତି ଆଉ ଏକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡରେ ଏଭଳି ସମାନ ଘଟଣା ଘଟିଛି । ଜଣେ ନର୍ସଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ମହିଳା ଜଣକ ଜୁଲାଇ ୩୦ରେ ହସ୍ପିଟାଲ ଯାଇ ଘରକୁ ନ ଫେରିବାରୁ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ। ୯ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ମହିଳା ଜଣଙ୍କ ଉତ୍ତରପ୍ରଦେଶର ବିଳାସପୁରରେ ୧୧ ବର୍ଷୀୟ ଝିଅ ସହ ରହୁଥିଲେ ଏବଂ ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ଜୁଲାଇ ୩୦ ଦିନ ହସ୍ପିଟାଲରୁ ନ ଫେରିବାରୁ ତାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ୯ ଦିନ ପରେ ତାଙ୍କର ମୃତଦେହ ମିଳିଛି।

Govt

Comments are closed.