ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ପ୍ରଦାନ କରିବେ ସରକାର । ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା I କୁଟୁମ୍ବ ଯୋଜନାରେ ଭତ୍ତା ପ୍ରଦାନ କରାଯିବ । ଏନେଇ ଖୁବ ଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ । କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଛି ।

Comments are closed.