ଅନୁଗୁଳ : ପାରିବାରିକ କଳହରୁ ବୋହୂର ନାକ କାଟିଦେଲେ ଶ୍ୱଶୁର । ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏଇଭଳି ଅଭାବନୀୟ ଘଟଣା ଘଟିଛି । ଆହତ ଅବସ୍ଥାରେ ବୋହୁଙ୍କୁ ଗୁରୁଡ଼ିଝଟିଆ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସୂଚନାନୁସାରେ,ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଶ୍ୱଶୁର ଆମର ବେହେରା ଏବଂ ତାଙ୍କ ବୋହୁଙ୍କ ମଧ୍ୟରେ କୌଣସି କଥାକୁ ନେଇ କଳହ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅମର ଘରେ ଥିବା ଏକ ଛୁରୀରେ ବୋଉର ନାକ କାଟିଦେଇଥିଲେ । ଆହତ ଅବସ୍ଥାରେ ବୋହୁଙ୍କୁ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବୋହୁ ଶ୍ଵଶୁରଙ୍କ ବିରୋଧରେ ଗୁରୁଡ଼ିଝାଟିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ସମ୍ପୃକ୍ତ ଶ୍ୱଶୁର ଆମର ବେହେରାଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି ।
Comments are closed.