ସ୍କୁଲ ଯିବାବେଳେ ଚାପିଦେଲା ଟ୍ରକ୍, ୩ମୃତ

କେନ୍ଦୁଝର : ପିଲାଙ୍କୁ ସ୍କୁଲ ଛାଡିବାକୁ ଗଲାବେଳେ ଟ୍ରକ ଧକ୍କାରେ ଚାଲିଗଲା ୩ ଜୀବନ । ୨ ଜଣ ସ୍କୁଲ ପିଲାଙ୍କ ସହ ଜଣେ ବାପାଙ୍କର ମୃତ୍ୟୁ ଘଟିଛି I କେନ୍ଦୁଝର ଯୋଡା ଥାନା ଡିଏଭି ସ୍କୁଲ ସାମ୍ନାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବାପା ପୁଅଙ୍କ ସହ ପଡୋଶୀଙ୍କ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍, ପୁଅ ନିକିତ ଭୂସାଲ୍ ଓ ତାଙ୍କ ପଡୋଶୀ ଘର ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମା। କ୍ରିଷ୍ଣା ଭୂସାଲ୍ ଏକ ବାଇକ୍ ଯୋଗେ ଦୁଇ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ। ଏହିସମୟରେ ଏକ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ହସ୍ପିଟାଲକୁ ପଠାଇଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି I

Comments are closed.