ଖୋଲିବ ତଳ କୋର୍ଟ !

ସମୟ ଲାଇଭ,୧୮/୪: କରୋନା ପାଇଁ ଲକଡାଉନ ଘୋଷଣା ହେବା ପରେ ମାର୍ଚ୍ଚ ୨୫ ତାରିଖରୁ ରାଜ୍ୟର ସମସ୍ତ ତଳ କୋର୍ଟ ବନ୍ଦ ରହିଛି। ଫଳରେ ଅନେକ ଜରୁରୀ ଫୌଜଦାରୀ ମାମଲାର ଶୁଣାଣି ହୋଇ ପାରୁନାହିଁ। ଏହାକୁ ବିଚାରକୁ ନେଇ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ନୋଟିସ ଜାରି କରି ଘଣ୍ଟାଏ କୋର୍ଟ ଖୋଲିବ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।
ତଳ କୋର୍ଟରେ ଜାମିନ, ରିମାଣ୍ଡ ଆଦି ଫୌଜଦାରୀ ମକଦ୍ଦମା ସମ୍ପର୍କିତ ଜରୁରୀ ଶୁଣାଣି ହେବ ।  ତେବେ ଦୈନିକ ମାତ୍ର ୧ ଘଣ୍ଟା ପାଇଁ ତଳ କୋର୍ଟଗୁଡ଼ିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 ସକାଳ ୯ରୁ ୧୦ଟା ଭିତରେ କୋର୍ଟ ଖୋଲିବା ପରେ ମାମଲାର ଶୁଣାଣି କରାଯିବ। ଯେଉଁ ଜିଲ୍ଲାଗୁଡିକରେ ସକାଳୁଆ କୋର୍ଟ ନାହିଁ ସେହି ଜିଲ୍ଲାରେ ୧୧ଟାରୁ ୧୨ଟା ଯାଏଁ କୋର୍ଟ ଚାଲିବ। ସେହିଭଳି ହାଇକୋର୍ଟ ଦିନେ ଛଡ଼ା ଦିନେ କାମ କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ତେବେ କୋର୍ଟଗୁଡିକରେ ଏପରି ନିୟମ ଲକ ଦଉନ ସମୟ ସୀମା ମଧ୍ୟରେ ଲାଗୁହେବ | ଅର୍ଥାତ ମେ ୩ ତାରିଖ ଯାଏଁ ତଳ କୋର୍ଟ ଗୁଡିକ ୧ ଘଣ୍ଟା ପାଇଁ ଖୋଲା ଯିବ |

Launching Ceremony of “AYUSHMAN BHARAT

Comments are closed.