ମଇଦାନକୁ ଓହ୍ଲାଇବାକୁ ବ୍ୟଗ୍ର ହେଲେଣି ସାନିଆ!

ସମୟ ଲାଇଭ,୧୫/୪: ସାରା ବିଶ୍ୱ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‍ ଡ଼ାଉନ୍‍ ରହିଛି। ଷ୍ଟାଡ଼ିୟମ, ଟ୍ରାକ୍‍, ଟେନିସ୍‍ କୋର୍ଟ, ଜିମ୍‍ ସବୁ ଖାଲି ହୋଇପଡ଼ିଛି ଏପରି ସ୍ଥିତିରେ ସାନିଆ କୋର୍ଟକୁ ଫେରିବାକୁ ବ୍ୟସ୍ତ ହୋଇପଡ଼ିଲେଣି। ଏନେଇ ସେ ଟ୍ୱିଟ୍‍ କରି ଜଣାଇଛନ୍ତି। ପୁଣି ଖେଳିବାକୁ ଅପେକ୍ଷା କରିରହିଥିବା ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି।
ସୂଚନା ଥାଉ କି, ପୂର୍ବରୁ ସାନିଆ ଲକ୍‍ ଡ଼ାଉନରେ କିପରି ଘରେ ରୋଷେଇ କରୁଛନ୍ତି ଏବଂ ତାଙ୍କ ପୁଅ ସହ କିଛି ମୁହୁର୍ତ୍ତ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।
କରୋନା ଲଢ଼େଇପାଇଁ ୧.୨୫ କୋଟି ଟଙ୍କାର ସହାୟତା ଯୋଗାଡ଼ କରି ସେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ।

Launching Ceremony of “AYUSHMAN BHARAT

Comments are closed.