ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ I ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଥିବା ତାଙ୍କ ଚାମ୍ବରରେ ବସିଥିବା ସମୟରେ କିଛି ଯୁବକ ସେଠାରେ ତାଙ୍କୁ କାଳିମାଡ଼ କରିଛନ୍ତି I ଏହା ସହ କଂଗ୍ରେସ ଭବନ ବାହାରେ ତାଙ୍କ ବିରୋଧରେ ନାରାବାଜି କରୁଥିବାର ଦେଖାଯାଇଥିଲା I ତେବେ ନିର୍ବାଚନ ପରିଚାଳନାରେ ଅନିୟମିତତା ଅଭିଯୋଗରେ ଅସନ୍ତୁଷ୍ଟ ଗୋଷ୍ଟି କାଳିମାଡ଼ କରିଥିବା ଜଣାଯାଇଛି I

Comments are closed.