ସ୍ୱାମୀ ମାଡ଼ରେ ସ୍ତ୍ରୀ ମୃତ

ବାଲେଶ୍ୱର : ପାରିବାରିକ କଳହର ଉଗ୍ର ରୂପ I ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ I ଗତକାଲି ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅସୁରିଆ ଗାଁରେ I ମୃତକ ଜଣକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।

ଘଟନାନୁସାରେ,ରମାକାନ୍ତ ଗାଁରେ ଚୋରାମଦ କାରବାର ସହ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ I ପୂର୍ବରୁ ମଧ୍ୟ ସେ ଗାଁରେ ଏକ ହତ୍ୟା ମାମଲାରେ ଜେଲ ଯାଇ ଜାମିନରେ ଆସିଥିଲେ I ଏହି ଘଟଣାକୁ ନେଇ ଅନେକ ସମୟରେ ସ୍ତ୍ରୀ କାଞ୍ଚନଙ୍କ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା I ସେହିପରି ଗତକାଲି ବିଳମ୍ବିତ ରାତିରେ କୌଣସି ଘଟଣାକୁ ନେଇ କଳହ ଉଗ୍ର ରୂପ ନେଇଥିଲା ଇ ଏଥିରେ ଉତକ୍ଷିପ୍ତ ହୋଇ ରମାକାନ୍ତ ଏକ ଠେଙ୍ଗାରେ ପିଟି ପିଟି କାଞ୍ଚନକୁ ଠେଙ୍ଗାରେ ପିଟିପିଟି ସେ ହତ୍ୟା କରିଥିଲେ । ଗ୍ରାମବାସୀ ଘଟଣାର ଖବର ପାଇ ଖଇରା ଥାନାରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।

Govt

Comments are closed.