ଭୁବନେଶ୍ୱର : ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି I ବିଜେପି ସରକାର ଗଠନ ହେବାର ଘଣ୍ଟାଏ ଭିତରେ ସାମ୍ବାଦିକଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା ଲୋକସେବା ଭବନ I ନୂତନ ସରକାରର ପ୍ରଥମ ମନ୍ତ୍ରୀ ପରିଷଦ ଓ ପ୍ରଥମ କ୍ୟାବିନେଟ ବୈଠକର ଖବର ସଂଗ୍ରହ କରିଥିଲେ I ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ସାମ୍ବାଦିକମାନେ ଲୋକସେବା ଭବନ ମଧ୍ୟକୁ ପ୍ରବେଶ ନିଷେଧ ଥିଲା । କୋଭିଡ-୧୯ ଆଳରେ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇଥିଲେ ପୂର୍ବ ସରକାର I

Comments are closed.