ଆସୁଛନ୍ତି ମା’ ଗଜଲକ୍ଷ୍ମୀ………

ସମୟ ଲାଇଭ୍‍,୧୦/୧୦: ଓଡ଼ିଆ ମାସ ଆଶ୍ୱିନରେ ଦୁର୍ଗା ପୂଜା ପରେ ପରେ ଧରାବତରଣ କରନ୍ତି ମା’ ଗଜଲକ୍ଷ୍ମୀ। ହସ୍ତୀ ଯୁଗଳଙ୍କମଧ୍ୟରେ ପଦ୍ମଫୁଲ ଉପରେ ବିରାଜିତା ମା’ ଘରେ ଘରେ ଓ ମଣ୍ଡପରେ ପୂଜା ପାଇଥା’ନ୍ତି। ଏହିଦିନ ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ଉପାସନା କରିଥାଏ ସେ ସକଳ ସମ୍ପଦ ଓ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥାଏ।

ପ୍ରତିଯୋଗିତାମୂଳକ ଭାବେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପରେ ପୂଜା ଆୟୋଜନ କରାଯାଇଥିବାବେଳେ ଅନେକ ଶ୍ରଦ୍ଧାଳୁ ମନ୍ଦିର ଯାଇ ବା ଘରେ ମା’ ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରି ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଭିନ୍ନ ବାଣିଜ୍ୟ ବ୍ୟବସାୟିକ ସଂଘ ପକ୍ଷରୁ ଧୂମ୍‍ଧାମ୍‍ରେ ପୂଜା କରିବା ପାଇଁ ଯୋଜନା ଚଳାଇଞ୍ଜଞ୍ଜଛନ୍ତି। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଏହି ପୂଜା କରାଯାଉଥିବାବେଳେ କୁଆଁରୀ ଝିଅମାନେ ଏହି ଦିନକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରନ୍ତି। ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଉପାସନା କରିବାର ବିଧି ମଧ୍ୟ ରହିଛି।
ତେବେ ଆଶ୍ୱିନମାସ ପୂର୍ଣ୍ଣିମା ତିଥିରେ ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ସୁପୁତ୍ର କାର୍ତ୍ତିକେୟ ଜନ୍ମ ନେଇଥିଲେ। ତେଣୁ ଏହି ଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। କୁଅାଁରୀ ଝିଅମାନେ କାର୍ତ୍ତିକେୟଙ୍କୁ ପୂଜା କରି ଅନୁରୂପ ଭାବେ କାର୍ତ୍ତିକଙ୍କ ପରି ସୁନ୍ଦର ଓ ସୁଯୋଗ୍ୟ ବର (ପତି) ପାଇବା ପାଇଁ ମନସ୍କାମନା ରଖିଥା’ନ୍ତି।

Launching Ceremony of “AYUSHMAN BHARAT

Comments are closed.