ଏମ୍ସ ଋଷିକେଶରେ ଚିକିତ୍ସିତ ହେଉଛନ୍ତି ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫସି ରହିଥିବା ଶ୍ରମିକମାନେ ଶେଷରେ ଉଦ୍ଧାର ହେଲେ। ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଏମ୍ସ ଋଷିକେଶରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବାୟୁସେନାର ଚିନୁକ ହେଲିକପ୍ଟରରେ ଶ୍ରମିକମାନଙ୍କୁ ଋଷିକେଶ ଏମ୍ସ ଅଣାଯାଇଛି। ଶ୍ରମିକମାନେ ଗତ ୧୭ ଦିନ ମଧ୍ୟରେ ସୁଡ଼ଙ୍ଗରେ ରହି କୌଣସି ପ୍ରକାର ଆଘାତ କିମ୍ବା ସଂକ୍ରମଣର କାଳେ ଶିକାର ହୋଇଥିବେ ସେନେଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ବୁଝିଛନ୍ତି। ଶ୍ରମିକମାନଙ୍କର ଚେଷ୍ଟ୍ ଏକ୍ସରେ ସହ ବିଭିନ୍ନ ପ୍ରକାର ବ୍ଲଡ୍ ଟେଷ୍ଟ୍ କରାଯିବ। ତେବେ କୌଣସି ଜଣେ ବି ଶ୍ରମିକ ମାନସିକ ଚାପରେ ନଥିବା ଜଣାପଡ଼ିଛି। ଉଦ୍ଧାର ସମୟରେ ମଧ୍ୟ ସୁଡ଼ଙ୍ଗ ମଧ୍ୟରେ କେହି ଆହତ ହୋଇନାହାନ୍ତି।

Comments are closed.