କୋଲକାତା : କୋଲକାତାରୁ ଓଡିଶା ଆସୁଥିବା ଯାତ୍ରୀବାହୀ ବସରେ ନିଆଁ I ଅଗ୍ନିକାଣ୍ଡ ରେ ଜଣେ ମହିଳାଙ୍କ ମୃତ୍ୟୁ I ମହିଳାଙ୍କ ନାଁ ପୁଷ୍ପାଞ୍ଜଳି ଦାସ I ତାଙ୍କ ଘର କେନ୍ଦ୍ରାପଡ଼ା ଇଚ୍ଛାପୁର ନିକଟ ନୋଳିଆ ଗାଁରେ । ପୁଷ୍ପାଞ୍ଜଳୀଙ୍କ ସ୍ୱାମୀ କୋଲକତାରେ ଏକ ସପିଙ୍ଗ ମଲରେ ଚାକିରି କରୁଥିବାବେଳେ କାଳୀପୂଜା ପାଳନ କରିବା ପାଇଁ ସେ ନିଜ ଘର କେନ୍ଦ୍ରାପଡ଼ାକୁ ଆସୁଥିଲେ I
ସୂଚନାନୁସାରେ, ଗତକାଲି ରାତିରେ କୋଲକତାରୁ ଓଡିଶା ପାରାଦୀପକୁ’ସଦାନନ୍ଦ’ନାମକ ଯାତ୍ରୀବାହୀ ଏସି ବସ ଆସୁଥିଲା I ରାତି ପ୍ରାୟ ୯ଟା ବେଳେ କୋଲକାତାଠାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ପୁଷ୍ପାଞ୍ଜଳୀଙ୍କ ସହିତ ସ୍ୱାମୀ ରାଜେନ୍ଦ୍ର ପୁଅ ଓ ଝିଅ ଥିଲେ I ଖଡ଼ଗପୁର ନିକଟରେ ବସରେ ନିଆଁ ଲାଗିବା ଜଣାପଡିବା ପରେ ପୁଷ୍ପାଞ୍ଜଳି ପ୍ରଥମେ ବସରୁ ସ୍ୱାମୀ ରାଜେନ୍ଦ୍ରଙ୍କ ସହିତ ଝିଅକୁ ବାହାରକୁ ପଠାଇ ଦେଇଥିଲେ I ଏହାପରେ ନିଜ ପୁଅକୁ ଝରକା ପଟେ କାଢୁଥିବା ସମୟରେ ବସ ଭିତରେ ଜଣେ ବୃଦ୍ଧ ଦମ୍ପତି ରହି ଯାଇଥିବା ଦେଖିଥିଲେ I ଏହି ସମୟରେ ପୁଷ୍ପାଞ୍ଜଳି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରୁଥିବା ସମୟରେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ I ବସରେ ନିଆଁ ଲାଗିଥିବା ବସ୍ରେ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ ଜଣ ଯାତ୍ରୀଥିଲେ ।
ଅଗ୍ନିକାଣ୍ଡର ଖବର ପାଇ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି ।
Comments are closed.