ତିର୍ତ୍ତୋଲ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ I କୁରାଢ଼ିରେ ଆକ୍ରମଣ କରାଯିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇ ମଣିଜଙ୍ଗା ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ଅନ୍ତର୍ଗତ ଭିତରଣI ଗାଁରେ I ମୃତକ ହେଲେ ଗାଁର ବିନୋଦ ଦାସ (୫୫)ବର୍ଷ । ଅଭିଯୁକ୍ତ ହତ୍ୟାକାରୀ ହେଲା ଗାଁର ବଟକୃଷ୍ଣ ବିଶ୍ୱାଳଙ୍କ ପୁଅ ସୁବାସ ବିଶ୍ୱାଳ I ତାକୁ ବର୍ତମାନ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି।
ସୂଚନାନୁସାରେ,ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I ଆଜି ସକାଳେ ବିନୋଦ ଦାସ ଓ ବିଷ୍ଣୁ ପଲେଇ କ୍ଷୀର ଷ୍ଟୋରରେ କ୍ଷୀର ଦେଇ ଫେରୁଥିଲେ। ଏହି ସମୟରେ ଅଚାନକ ପଛପଟରୁ କୁରାଢିରେ ଆକ୍ରମଣ କରିଥିଲା ସୁବାସ ବିଶ୍ୱାଳ I ସୁବାସକୁ ଅଟକାଇବାକୁ ଯାଇ ତାଙ୍କ ଭାଉଜ ଏବଂ ବିଷ୍ଣୁ ପଲେଇ ଗୁରୁତର ଆହତ ହୋଇଛନ୍ତି Iସୁବାସ ଜଣେ ନିଶାସକ୍ତ ଯୁବକ ଏବଂ ତା’ବିରୋଧରେ ବହୁ ପୂର୍ବରୁ ଥାନାରେ କେଶ ମଧ୍ୟ ରହିଥିବା ଜଣାପଡିଛି I ଖବର ପାଇ ଘଟଣାସ୍ଥଳରେ ତିର୍ତ୍ତୋଲ ଥାନା ପୁଲିସ ପହଞ୍ଚି ସୁବାସକୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି।
Comments are closed.