ରାଇକିଆ : ମୃତ୍ୟୁ ଚିରନ୍ତନ ସତ୍ୟ I କିନ୍ତୁ ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ I ଏଇଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆରେ I ଚଳନ୍ତା ବସ ରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି I ମାଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସଟି ରାଇକିଆ ସାରଙ୍ଗଡ ଠାରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ପାବୁରିଆଠାରୁ ୩ କିଲୋମିଟର ଦୂରରେ ଚଳନ୍ତା ବସ ଭିତରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । କେହି କିଛି ବୁଝିବା ଆଗରୁ ବସଟି ସିଧା ଯାଇ ରାସ୍ତାକଡର ଏକ ନାଳରେ ପିଟି ହୋଇ ରହିଯାଇଥିଲା । ଯାହାଫଳରେ ଏକ ବଡ଼ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବସ୍ ଭିତରେ ଥିବା ଯାତ୍ରୀମାନେ । ମୃତ ଡ୍ରାଇଭର ଜଣକ ନାମ ସନା ପ୍ରଧାନ। ଖବର ପାଇ ଘଟଣାସ୍ଥଳରେ ପୋଲିସ ସହିତ ଆମ୍ବୁଲାନ୍ସ ପହଞ୍ଚି ମୃତ ଡ୍ରାଇଭରଙ୍କ ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର ସଠିକ କାରଣ ଜଣାପଡି ନଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି I

Comments are closed.