ତେଲେଙ୍ଗାନା ବିଧାନସଭା ନିର୍ବାଚନ, କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆଝାରୁଦ୍ଦିନ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ପର୍ଯ୍ୟା‌ୟରେ କଂଗ୍ରେସ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ନାମ ରହିଛି। ଆଝାରୁଦ୍ଦିନ ହାଇଦ୍ରାବାଦ ସହରର ଜୁବ୍‌ଲି ହିଲ୍ସ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ୩୦ ନଭେମ୍ବରରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ।

Launching Ceremony of “AYUSHMAN BHARAT

Comments are closed.