ରାସ୍ତା ସହ କଡ଼ରେ ଥିବା ଡ୍ରେନ ସଫା କଲେ ଯୁବକ ମାନେ

ନୂଆପଡ଼ା : ବହୁତଥର କହିବା ପରେ ବି ହେଲାନି ସଫା l ରାସ୍ତା ସହ ଡ୍ରେନ ସ୍ଫଗକରିଛନ୍ତି ଯୁବକମାନେ l ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ଦଶ କିଲୋମିଟରରେ ଅବସ୍ଥିତ କୋମନା ବ୍ଲକ କୁରୁମପୁରି ଗାଁ l
ସୂଚନାନୁସାରେ , ପ୍ରଶାସନ କୁ ଅନେକ ଥର ଗୁହାରି କରି କରି ନୟାନ୍ତ ହେଲେ । ସରପଞ୍ଚ ଠୁ ଆରମ୍ଭ କରି ବିଡ଼ିଓ ଙ୍କୁ ମଧ୍ୟ ଜଣାଇଲେ । ଶେଷରେ ନିରାଶ ହେବା ପରେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ପ୍ରଧାନ ମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତର ନା କୁ ଆପଣାଇ କାଦୁଅ ପଚ ପଚ ହେଉଥିବା ରାସ୍ତାକୁ ନିଜେ ତିଆରି କରି ଉଦାହରଣ ସାଜିଲେ । ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ଦଶ କିଲୋମିଟରରେ ଅବସ୍ଥିତ କୋମନା ବ୍ଲକ କୁରୁମପୁରି ଗାଁ । ଥରେ ନଜର ପକାନ୍ତୁ ଏହି ରାସ୍ତାକୁ । କେମିତି ଶୋଚନୀୟ ହୋଇ ପଡ଼ିଛି । କୁରୁମପୁରି ଗାଁ ମଝିରେ ଯିବାକୁ ହେଲେ କାଦୁଅ ପଚ ପଚ ରାସ୍ତାରେ ଯିବାକୁ ପଡୁଛି । ସେହିପରି ଦୀର୍ଘ ଦିନ ହେବ ରାସ୍ତା କଡ଼ରେ ଥିବା ଡ୍ରେନ ମଧ୍ୟ ପୋତି ହୋଇ ରହିଥିଲା । ଅନେକ ଥର ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଗୁହାରି କଲେ ବି କାହାରି କାନ ରେ ପଡୁନାହିଁ । ଗାଁ ର ସମସ୍ତ ଯୁବକ ମିଶି ରାସ୍ତା କୁ ସଫା କରିବା ସହ ଡ୍ରେନ ସଫା କରିବା ପାଇଁ ଯୋଜନା କଲେ । ଆଉ ଶ୍ରମଦାନ କରି ଗାଁ ରେ ଥିବା ସବୁ ନାଲ ନର୍ଦ୍ଦମା ସଫା କରିଦେଲେ ଗ୍ରାମବାସୀ । ଏମିତି କି ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିବା ନେତା ଙ୍କର ମଧ୍ୟ ଦେଖା ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନ ତ ଭଲ ରାସ୍ତା ଟିଏ ଦେଇ ପାରିଲା ନାହିଁ । ପ୍ରତ୍ୟେକ ପରିବାର ରୁ ଜଣେ ଲେଖା ଯୁବକ ବାହାରି ଗାଁ ରେ ଥିବା ରାସ୍ତାକଡ କୁ ସଫା କରିବା ସହ ଡ୍ରେନ ରେ ଥିବା ଅଳିଆ ଆବର୍ଜ୍ଜନା କୁ ସଫା କରିଦେଲେ । ଏବେ ସେହି ରାସ୍ତାରେ ଉପରେ ସମସ୍ତେ ଯିବା ଆସିବା କରୁଛନ୍ତି । ଏପରି କାମ କୁ ଦେଖି ଗ୍ରାମବାସୀ ମାନେ ମଧ୍ୟ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ର ସୁଦୃଷ୍ଟି ପଡ଼ି ସେହି କୁରୁମପୁରି ବାସୀଙ୍କ ସମସ୍ୟା ଉପରେ ତାହା ଦେଖିବାକୁ ବାକି ରହିଲା

Govt

Comments are closed.