ଭିଜିଲାନ୍ସ ଜାଲରେ ଜେଇ,ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡ଼ା ବିଇଓ ଅଫିସର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ରେଡ I ଆଜି ସକାଳୁ ପ୍ରସନ୍ନ ପାଣିଙ୍କର ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ପ୍ରସନ୍ନ କୁମାର ପାଣି ପାଲଲହଡ଼ା ବିଇଓ ଅଫିସରେ ବୈଷୟିକ ପରାମର୍ଶଦାତା ଭାବେ କାର୍ୟ୍ୟରତ। ଇନ୍ସପେକ୍ଟର ରେଡ କରୁଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି। ବିଇଓ ପ୍ରସନ୍ନ ପାଣିଙ୍କର ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । ଅନ୍ୟପଟେ ଅନୁଗୁଳ ଜିଲ୍ଲା ପାଲଲହଡା କେନାଲ ରୋଡର ଭଡା ଘର, ସୁନ୍ଦରପଦାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରସନ୍ନ ପାଣିଙ୍କ ବାସଭବନରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଠାବ ହୋଇଥିବା ସୂଚନା ମିଳିଛି । ରେଡ୍‌ ବର୍ତ୍ତମାନ ସୁଦ୍ଧା ସରିନଥିବା କାରଣରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Govt

Comments are closed.