କୁଳପତିଙ୍କ ମନଇଛା ଛୁଟି ଉପରେ ଲାଗିଲା ରୋକ

ଏଣିକି ୧୦ ଦିନ ପୂର୍ବରୁ ଦେବାକୁ ହେବ ଦରଖାସ୍ତ

ସମ୍ବଲପୁର : ବିଶ୍ୱବିଦ୍ୟାଳୟ କୁଳପତି ମାନଙ୍କର ମନଇଚ୍ଛା ଛୁଟି ନେବା ଉପରେ ଲାଗିଲା ରୋକ । ଛୁଟି ନେବାର ୧୦ ଦିନ ପୂର୍ବରୁ କୁଳାଧିପତିଙ୍କୁ ଦରଖାସ୍ତ କରିବେ କୁଳପତି I ଏନେଇ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି କୁଳାଧିପତି ତଥା ରାଜ୍ୟପାଳ ଜଣାଇଛନ୍ତି ।

ଚିଠି ଅନୁସାରେ, ଯଦି କୁଳପତି ଛୁଟି ନେବାକୁ ଚାହିଁବେ ତେବେ ୧୦ ଦିନ ପୂର୍ବରୁ କୁଳାଧିପତିଙ୍କୁ ଦରଖାସ୍ତ କରିବେ। ଆଉ ଯଦି ଦେଶ ବାହାରକୁ ବୁଲିବାକୁ ଗଲେ ୩୦ ଦିନ ପୂର୍ବରୁ ଦରଖାସ୍ତ ମାଧ୍ୟମରେ ଜଣେଇବେ। ଅଫିସ କାର୍ଯ୍ୟରେ ଛୁଟିରେ ଯାଇ ବ୍ୟକ୍ତିଗତ ଛୁଟିକୁ ପରିବର୍ତ୍ତିତ କରିପାରିବେ ନାହିଁ।

ଏହାସହିତ ବ୍ୟକ୍ତିଗତ ଛୁଟିରେ ବିଶ୍ୱବିଦ୍ୟାଳୟ ଅର୍ଥକୁ ଖର୍ଚ୍ଚ କରି ପାରିବେ ନାହିଁ। କୁଳାଧିପତିଙ୍କ ବିନା ଅନୁମତିରେ ଗଲେ ଛୁଟିକୁ ଗ୍ରହଣ କରାଯିବ ନାହିଁ। କିନ୍ତୁ ଜରୁରୀକାଳୀନ ସ୍ଥିତିରେ ଯାଇପାରିବେ।

Govt

Comments are closed.