ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଗୁଣପୁର : ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ମୃତ l ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହଷ୍ଟେଲରେ l
ସୂଚନାନୁସାରେ , ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଷଷ୍ଠଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ l ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ହେଲା ଲୀନା ଭୂୟାଁ ବୟସ ୧୨ । ସେ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ ସାହୁଙ୍କ କହିଛନ୍ତି ଯେ, ଛାତ୍ରୀ ଜଣକ ଗୁରୁବାର ସାମାନ୍ୟ ଅସୁସ୍ଥ ଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ନାବାଳିକାର ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ମ୍ୟାଲେରିଆ ଟେଷ୍ଟ ମଧ୍ୟ କରିଥିଲେ । ତେବେ ଆଜି ସକାଳୁ ନାବାଳିକା ଜଣକ ହଠାତ ଅସୁସ୍ଥ ହୋଇପଡ଼ି ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ବିଦ୍ୟାଳୟ ଓ ହଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାଇତ୍ଵରେ ଅବହେଳା ଯୋଗୁଁ ଝିଅର ମୃତ୍ୟୁ ଘଟିଲା ବୋଲି ମୃତ୍ୟୁ ନାବାଳିକାର ବାପା ରାଜେଶ ଭୂୟାଁ ଅଭିଯୋଗ ଆଣିଛନ୍ତି । ଝିଅ ଅସୁସ୍ଥ ଥିବନେଇ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଅବଗତ ମଧ୍ୟ କରି ନ ଥିବା ନେଇ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମୃତଛାତ୍ରୀଙ୍କ ଶବ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପଞ୍ଚନାମା କରାଯିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ଦେଇଛନ୍ତି ।

Govt

Comments are closed.