ଓଡ଼ିଆ କୃଷି ବୈଜ୍ଞାନିକ ଡକ୍ଟର ସ୍ୱାତୀ ପାଇଲେ ନରମାନ ବୋରଲଗ ଫିଲ୍ଡ ଆଓ୍ୱାଡ

ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱ ପଟଳରେ ପୁଣି ଓଡ଼ିଶାର ଗୌରବ ରଖିଲେ ଓଡ଼ିଆ କୃଷି ବୈଜ୍ଞାନିକ ଡକ୍ଟର ସ୍ୱାତୀ ନାୟକ । ତାଙ୍କୁ ମିଳିଛି ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩। କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ବିଶ୍ଵ ଖାଦ୍ୟ ପୁରସ୍କାର ସଂସ୍ଥା ତରଫରୁ field research ଏବଂ application ପାଇଁ ସମ୍ମାନ ଜନକ ନରମାନ ବୋରଲଗ ଫିଲଡ଼ ପୁରସ୍କାର ପାଇବା ପାଇଁ ସେ ମୋନୋନିତ ହୋଇଛନ୍ତି। ସେ ଭାରତର ଦ୍ଵିତୀୟ ଏବଂ ଓଡ଼ିଶା ର ପ୍ରଥମ ମହିଳା କୃଷି ବୈଜ୍ଞାନିକ ଭାବେ ଏହି ପୁରସ୍କାର ଗ୍ରହଣ କରିବେ। ଅକ୍ଟୋବର ମାସ ରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଯୁକ୍ତ ରାଷ୍ଟ୍ର ଆମେରିକା ର lowa state capital ରେ ଅନୁଷ୍ଠିତ ହେବାକୁ ଯାଉଛି।

ଯେଉଁଥିରେ ଭାଗ ନେଇ ପୁରସ୍କାର ଗ୍ରହଣ କରିବେ ଡ୍.ସ୍ୱାତୀ ନାୟକ । ଯୁବ ବୈଜ୍ଞାନିକ ଭାବେ ଏହି ପୁରସ୍କାର ପାଇଥିବାରୁ ସେ ଗୌରବ ଅନୁଭବ କରୁଥିବା କହିଛନ୍ତି। ସେ ବର୍ତ୍ତମାନ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା ରେ କୃଷି ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ୱାତୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସ୍ୱାତୀ ନାୟକଙ୍କ ର ଏହି ସଫଳତାରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ‘‘ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକ ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଥିବାରୁ ଅଭିନନ୍ଦନ ଜଣାଉଛି। କୃଷି ଏବଂ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସମଗ୍ର ବିଶ୍ୱର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।” କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ଭାବେ ସ୍ବାତୀ ନାୟକ ଏହି ପୁରସ୍କାର I

Launching Ceremony of “AYUSHMAN BHARAT

Comments are closed.